ବାଇଡେନଙ୍କ କୋଭିଡ୍‌ ରିପୋର୍ଟ ଆସିଲା ନେଗେଟିଭ୍‌, ଜି-୨୦ ବୈଠକରେ ହେବେ ସାମିଲ

ଓ୍ବାଶିଂଟନ୍‌,୬।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ। ଏହାପୂର୍ବରୁ ମଙ୍ଗଳବାର ସୂଚନା ପ୍ରଦାନ କରି ହ୍ବାଇଟ୍‌ ହାଉସ କହିଛି ଯେ, ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋଭିଡ୍‌ -୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି, ଏବଂ ସେ ଜି – ୨୦ ସମ୍ମିଳନୀରେ ଭାଗ ନେବାକୁ ଗୁରୁବାର ଭାରତ ଗସ୍ତ କରିବେ।

ହ୍ବାଇଟ ହାଉସ କହିଛି ଯେ, ଏହି ସମୟ ମଧ୍ୟରେ ରାଷ୍ଟ୍ରପତି ବାଇଡେନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ସୂଚନାଯୋଗ୍ୟ, ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କ କୋଭିଡ୍‌ ପଜିଟିଭ୍‌ ଆସିଛି। ତେବେ ପତ୍ନୀଙ୍କ ପଜିଟିଭ୍‌ ରିପୋର୍ଟ ପରେ ଜୋ ବାଇଡେନ ମଧ୍ୟ କୋଭିଡ୍‌ ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ନେଗେଟିଭ୍‌ ଆସିଛି।

Share