ଓ୍ବାଶିଂଟନ,୧୫।୪: ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆୟାରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କର ସାକ୍ଷାତ୍ ହୋଇଛି ଜଣେ ପାଦ୍ରିଙ୍କ ସହ, ଯେ କି ତାଙ୍କ ପୁଅର ଅନ୍ତିମ ସଂସ୍କାର କରାଇଥିଲେ। ତାଙ୍କୁ ଭେଟିବା ପରେ ବାଇଡେନ କାନ୍ଦି ପକାଇଥିଲେ। ଏହି ପାଦ୍ରି ଜୋ ବାଇଡେନଙ୍କ ପୁଅ ବିୟୁ ବାଇଡେନଙ୍କର ଅନ୍ତିମ ସଂସ୍କାର କରିଥିଲେ। ସୂଚନାଯୋଗ୍ୟ, ୨୦୧୫ରେ ବିୟୁ ବାଇଡେନଙ୍କର ବ୍ରେନ କ୍ୟାନସରରେ ମୃତ୍ୟୁ ହୋଇଥିଲା।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫାଦର ଫ୍ରିଡୋଙ୍କ ସହ ତାଙ୍କ ପରିବାର ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ତାଙ୍କ ସ୍ବର୍ଗତ ପୁତ୍ର ବାୟୁ ବାଇଡେନଙ୍କ କଥା ମଧ୍ୟ ଉଠିଥିଲା। ଦୀର୍ଘ ୮ ବର୍ଷ ପରେ ଉଭୟଙ୍କ ସାକ୍ଷାତ୍ ହୋଇଥିବା ବେଳେ ଏମାନେ ପରସ୍ପର ସହ ପ୍ରାୟ ୧୦ମିନିଟ କଥା ହୋଇଥିଲେ। ଏହି ସମୟରେ ବାଇଡେନଙ୍କ ପୁଅ ହଂଟର ବାଇଡେନ ବି ଉପସ୍ଥିତ ଥିଲେ।
Posted inଅନ୍ତର୍ଜାତୀୟ