ଏଚ୍‌୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବାଇଡେନ ସରକାର, ଜାଣନ୍ତୁ କ’ଣ ହେବ ଏହାର ପ୍ରଭାବ

ଓ୍ବାଶିଂଟନ,୨୧।୧୦: ଆମେରିକାର ବାଇଡେନ ସରକାର ଆମେରିକାରେ କାମ କରିବା ପାଇଁ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଏଚ୍‌୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବିଦେଶୀ ଶ୍ରମିକମାନଙ୍କ ଦକ୍ଷତାକୁ ସୁଦୃଢ ଼ କରିବା, ବିଦେଶୀ ଛାତ୍ରମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ଏବଂ ଅଣ-ପ୍ରବାସୀ ଶ୍ରମିକମାନଙ୍କୁ ଉତ୍ତମ କାର୍ଯ୍ୟ ପରିସ୍ଥିତି ଯୋଗାଇବା ଲକ୍ଷ୍ୟରେ ଏହି ପରିବର୍ତ୍ତନଗୁଡିକ କରାଯାଉଛି। ଅକ୍ଟୋବର ୨୩ରେ ୟୁଏସ୍‌ ସିଟିଜେନସିପ୍‌ ଏଣ୍ଡ ଇମିଗ୍ରେଶନ ସର୍ଭିସେସ’ ଦ୍ୱାରା ’ଫେଡେରାଲ ରେଜିଷ୍ଟର’ରେ ପ୍ରକାଶିତ କରାଯିବ।

ମିଡିଆ ରିପୋର୍ଟ ଅନୁଯାୟୀ, ଏଚ୍‌୧ବି ଭିଜାର ନିର୍ଦ୍ଦିଷ୍ଟ ସଂଖ୍ୟା ଅର୍ଥାତ୍‌ ୬୦ ହଜାର ସୀମାରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ। ବର୍ତ୍ତମାନ, ଆମେରିକା ସରକାର ନିୟମରେ ପରିବର୍ତ୍ତନ ଉପରେ ଲୋକଙ୍କ ମତାମତ ଏବଂ ପରାମର୍ଶ ଲୋଡିଛନ୍ତି। ଗୃହ ସୁରକ୍ଷା ବିଭାଗ କହିଛି , ଯୋଗ୍ୟତା ଆବଶ୍ୟକତାକୁ ଶୃଙ୍ଖଳିତ କରିବା, କାର୍ଯ୍ୟକ୍ରମ ଦକ୍ଷତାକୁ ଉନ୍ନତ କରିବା, ନିଯୁକ୍ତିଦାତା ଏବଂ କର୍ମଚାରୀମାନଙ୍କୁ ଅଧିକ ସୁବିଧା ଏବଂ ନମନୀୟତା ପ୍ରଦାନ କରିବା ଏବଂ ଅଖଣ୍ଡତା ପଦକ୍ଷେପକୁ ମଜବୁତ କରିବା ପାଇଁ ପ୍ରସ୍ତାବିତ ପରିବର୍ତ୍ତନଗୁଡିକ ଉଦ୍ଦିଷ୍ଟ।

Share