ଓ୍ବାଶିଂଟନ,୨୦।୧: ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଓ୍ବାଶିଂଟନ ଡିସି କ୍ୟାପିଟୋଲଠାରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ। ତାଙ୍କ ଡେପୁଟି କମଳା ହାରିସ ଉପରାଷ୍ଟ୍ରପତି ଭାବେ ଶପଥପାଠ କରିଛନ୍ତି। ପ୍ରଥମ କୃଷ୍ଣକାୟ, ଭାରତୀୟ ବଂଶୋଦ୍ଭବ ଓ ମହିଳା ଉପରାଷ୍ଟ୍ରପତି ଭାବେ କମଳା ଆମେରିକା ଭଳି ଶକ୍ତିଶାଳୀ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିବେ। ଦୁହିଁଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍ ରବଟର୍ସ ଗୋପନୀୟତାରେ ଶପଥପାଠ କରାଇଛନ୍ତି।