ପାଞ୍ଚ ଲକ୍ଷ ଭାରତୀୟଙ୍କୁ ବାଇଡେନ ଦେବେ ଆମେରିକା ନାଗରିକତା!

ୱାଶିଂଟନ,୮ ।୧୧: ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିବା ପରେ ସେ କହିଛନ୍ତି ମୁଁ ବାଣ୍ଟିବା ବା ଭାଙ୍ଗିବା ବାଲା ରାଷ୍ଟ୍ରପତି ନୁହେଁ । ବରଂ ଦେଶକୁ ଏକଜୁଟ କରିବା ରାଷ୍ଟ୍ରପତି । ଅନୁମାନ କରାଯାଉଛି କି ବାଇଡେନ ପ୍ରବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇପାରନ୍ତି । ଆହୁରି ମଧ୍ୟ ବାଇଡେନ ପାଖାପାଖି ୧୧ଲକ୍ଷ ପ୍ରବାସୀଙ୍କୁ ଆମେରିକାର ନାଗରିକତା ଦେଇପାରନ୍ତି ଯେଉଁଥିରେ ୫ ଲକ୍ଷ ଭାରତୀୟ ରହିଛନ୍ତି । ବାଇଡେନଙ୍କ ରାଷ୍ଟ୍ରପତି ପଦକୁ ନେଇ ଅନେକ ଆଶା କରିଛନ୍ତି ଆମେରିକାବାସୀ । ବିଶେଷ କରି ଗୋଟିଏ ପଟେ କରୋନା ମହାମାରୀ ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଅନ୍ୟପଟେ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଖରାପ ସ୍ଥିତିରେ ରହିଛି । ତେଣୁ ଏସବୁକୁ ସୁଧାରିବା ବାଇଡେନଙ୍କ ପ୍ରାଥମିକତା ହେବ ବୋଲି କୁହାଯାଉଛି ।

Share