ଜେଫ ଜେଣ୍ଟସ୍ ହ୍ୱାଇଟ ହାଉସର ‘ଚିଫ୍ ଅଫ ଷ୍ଟାଫ’ ନିଯୁକ୍ତ

ୱାଶିଂଟନ,୨୮ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଜେଫ ଜେଣ୍ଟସଙ୍କୁ ହ୍ୱାଇଟ ହାଉସର ନୂଆ ‘ଚିଫ ଅଫ୍ ଷ୍ଟାଫ୍‌’ ନିଯୁକ୍ତ କରିଛନ୍ତି । ସେ ଦୀର୍ଘଦିନ ଧରି ବାଇଡେନଙ୍କ ସହଯୋଗୀଙ୍କ ସହ କାମ କରିଥିଲେ । ଓବାମାଙ୍କ ସରକାରରେ ବି ସେ କାମ କରିଛନ୍ତି । ଜେଫ ଜେଣ୍ଟସ୍ କରୋନା ମହାମାରୀ ସମୟରେ କରୋନାଠାରୁ ମୁକ୍ତି ପାଇବାକୁ ଭଲ କାମ କରିଥିଲେ ।
ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ପଦବୀରେ କାମ କରୁଥିବା ରନ କ୍ଲେନଙ୍କ ସ୍ଥାନ ନେବେ ଜେଫ ଜେଣ୍ଟସ୍ । ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବୟାନରେ କହିଛନ୍ତି, ମୁଁ ଆଶ୍ୱସ୍ତ ଅଛି କି ରନଙ୍କ ସ୍ମାର୍ଟ ଓ ଅନବରତ ନେତୃତ୍ୱର ମିଶାଲକୁ ଜେଫ ଜେଣ୍ଟସ୍ ଆଗକୁ ଜାରି ରଖିବେ କାରଣ ଆମେ ପ୍ରତ୍ୟେକ ଦିନ ଜନତାଙ୍କ ପାଇଁ କଠିନ ପରିଶ୍ରମ କରୁଛୁ । ଆମେ ଏଠାକୁ ଲୋକଙ୍କ ସେବା କରିବାକୁ ଆସିଛୁ ।
ବାଇଡେନ କହିଛନ୍ତି ଗତ ୩୬ ବର୍ଷ ଭିତରେ ମୁଁ ଓ ରନ ଅନେକ ଉତ୍ଥାନ ପତନ ଦେଖିଛୁ । ସର୍ବଦା ମୁଁ ରନଙ୍କ ସହ ସବୁ ବିପରିତ ପରିସ୍ଥିତିରେ ଠିଆ ହୋଇଛି । ବାଇଡେନ କହିଛନ୍ତି ଆସନ୍ତା ସପ୍ତାହରେ ହ୍ୱାଇଟ ହାଉସରେ ଏକ ଅଧିକାରୀକ ପରିବର୍ତ୍ତନ ସମାରୋହ ଆୟୋଜିତ ହେବ ।

Share