ରୁଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ଆମେରିକା

ୱାଶିଂଟନ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ୧୯ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଯୁଦ୍ଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ରୁଷିଆ ବିରୋଧରେ ଆମେରିକା ୟୁକ୍ରେନକୁ ଅସ୍ତ୍ର ଯୋଗାଇବ । କେବଳ ସେତିକି ନୁହେଁ ଆମେରିକା ମାନବୀୟ ସହାୟତା ସହ ୟୁକ୍ରେନର ଶରଣାର୍ଥୀଙ୍କୁ ଆମେରିକାରେ ସ୍ଥାନ ଦେବ । ବାଇଡେନ ଟୁଇଟ କରି କହିଛନ୍ତି ଯେ, ଆମେ ସୁନିଶ୍ଚିତ କରିବୁ ଯେ ୟୁକ୍ରେନ ନିକଟରେ ଆକ୍ରମକ ରୁଷି ସେନାଙ୍କଠାରୁ ବଞ୍ଚିବାକୁ ଅସ୍ତ୍ର ରହିଛି । ଆମେ ୟୁକ୍ରେନ ଲୋକଙ୍କ ଜୀବନ ବଞ୍ଚାଇବାକୁ ଖାଦ୍ୟ ଓ ଅର୍ଥ ଯୋଗାଇ ଦେବୁ । ଏହାସହ ୟୁକ୍ରେନ୍ ଶରଣାର୍ଥୀଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବୁ । ସୂଚନାଯୋଗ୍ୟ, ଆମେରିକା ଗତ ଏକ ବର୍ଷ ମଧ୍ୟରେ ୟୁକ୍ରେନକୁ ୧.୨ ଅରବ ଡଲାରରୁ ଅଧିକ ସୁରକ୍ଷା ସହାୟତା ଦେଇଥିବା ଦାବି କରିଛି ।

Share