ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ। ହେଲେ ଏହି ସମୟରେ ଏମିତି କିଛି ହୋଇଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଯାଇଛି। ଲୋକେ ଏହାକୁ ରାଜକୀୟ ପ୍ରୋଟୋକଲର ଉଲ୍ଲଂଘନ ବୋଲି କହୁଛନ୍ତି। ଏପଟେ କିନ୍ତୁ ବଙ୍କିଙ୍ଗହାମ ପ୍ୟାଲେସ ଏହି ସାକ୍ଷାତକାରକୁ ସ୍ନେହର ଅଦ୍ଭୁତ ପ୍ରତିକ ବୋଲି କହିଛି।
ବାସ୍ତବରେ, ଆମେରିକାର ରାଷ୍ଟ୍ରପତି ତାଙ୍କ ସରକାରୀ ଗାଡିରେ ୱିଣ୍ଡସର କ୍ୟାସେଲରେ ପହଞ୍ଚିବା ପରେ ଏହା ଘଟିଥିଲା, ଯାହା ସୁରକ୍ଷା ଦୃଷ୍ଟିରୁ ‘ଦ ବିଷ୍ଟ’ ଭାବରେ ଜଣାଶୁଣା। ଏଠାରେ କିଙ୍ଗ ଚାଲର୍ସ ତୃତୀୟ ତାଙ୍କୁ ହାତରେହାତ ମିଳାଇ ସ୍ବାଗତ କରିଥିଲେ। ଏହା ପରେ ଉଭୟ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା। କିଙ୍ଗଙ୍କ ସହ ଆମେରିକାର ରାଷ୍ଟ୍ରପତି ୱେଲ୍ସ ଗାର୍ଡସକୁ ମଧ୍ୟ ନିରିକ୍ଷଣ କରିଥିଲେ। ହେଲେ ବିବାହ ସେତେବେଳେ ଉଠିଥିଲା ଯେତେବେଳେ ବାଇଡେନ କିଙ୍ଗ ଚାଲର୍ସଙ୍କ ପିଠିରେ ଅଜାଣତରେ ହାତ ରଖିଦେଇଥିଲେ। ଏହାକୁ ନେଇ ଏବେ ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଅଭିଯୋଗ ଲଗାଯାଉଛି। କୁହାଯାଉଛି ଯେ ଏହା କରି ସେ ରାଜକୀୟ ପ୍ରୋଟୋକଲ ଭାଙ୍ଗିଛନ୍ତି।