ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ଆମେରିକା: ଜୋ ବାଇଡେନ

ୱାଶିଂଟନ,୭ ।୯: ଆଫଗାନିସ୍ତାନ ଉପରେ ତାଲିବାନ ସମ୍ପୂର୍ଣ୍ଣ ଭାବେ କବଜା କରିଥିବା ଦାବି କରିଛି । ଏବେ ସେଠାରେ ମହା ସମାରୋହ ମାଧ୍ୟମରେ ତାଲିବାନ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ତାଲିବାନ ୬ଟି ଦେଶକୁ ନିମନ୍ତ୍ରଣ ଦେବାକଥା ପୂର୍ବରୁ ଜଣାପଡିଛି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ତାଲିବାନ ସରକାରକୁ ଆମେରିକା ମାନ୍ୟତା ଦେବନାହିଁ । ଏହା ପୂର୍ବରୁ ମଧ୍ୟ ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ କହିଥିଲେ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ଆମେରିକା ତରବର ହେଉନି । ସୂଚନାଯୋଗ୍ୟ, ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ମୁତୟନ ହୋଇଥିବା ଆମେରିକା ସେନା ଦୀର୍ଘ ୨୦ ବର୍ଷ ପରେ ଖାଲି ହାତରେ ସ୍ୱଦେଶ ଫେରିଛନ୍ତି । ତେଣୁ ଅନୁମାନ କରାଯାଉଛି କି ତାଲିବାନ ସପକ୍ଷରେ କେବେହେଲେ ଆମେରିକା ଯିବନାହିଁ ।

Share