‘ଆମେରିକାର ଐତିହାସିକ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି କମଲା ହାରିସ୍‌’, ଭାବପ୍ରବଣ ହୋଇ ବାଇଡେନ କହିଲେ…

ଓ୍ବାଶିଂଟନ,୨୧।୮: ଆମେରିକାର ଡେମୋକ୍ରାଟିକ ପାର୍ଟିର ଚାରି ଦିନିଆ ନ୍ୟାଶନାଲ କନଭେନ୍‌ଶନ ଚାଲିଛି । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, ଡେମୋକ୍ରାଟିକ ପାର୍ଟିର ଦାୟିତ୍ୱ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଦିଆଯାଇଛି। ବାଇଡେନ କହିଛନ୍ତି, କମଲା ହାରିସ୍‌ ଆମେରିକାର ଐତିହାସିକ ରାଷ୍ଟ୍ରପତି ହେବେ।

ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସ୍‌ଙ୍କୁ ଭୋଟ ଦେଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକୀୟ ଭୋଟରଙ୍କୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ, ହଜାର ହଜାର ବିକ୍ଷୋଭକାରୀ ପୋଲିସ ସୁରକ୍ଷା କର୍ଡନ ଭାଙ୍ଗି ସମ୍ମିଳନୀ ସ୍ଥାନ ନିକଟରେ ଗାଜା ଯୁଦ୍ଧକୁ ବିରୋଧ କରି ପଦଯାତ୍ରା କରିଥିଲେ। କେତେକ ବିକ୍ଷୋଭକାରୀ କଳା ପୋଷାକ ପିନ୍ଧିଥିଲେ।

 

Share