ଦ୍ରୌପଦୀ ମୁର୍ମୁ ମଜଭୁତ ଭାରତୀୟ ଲୋକତନ୍ତ୍ରର ପ୍ରମାଣ: ବାଇଡେନ

ୱାଶିଂଟନ,୨୩ ।୭: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମ; ନିର୍ବାଚିତ ହେବା ପରେ ସାରା ବିଶ୍ୱର ବଡ ବଡ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ପଠାଯାଇଥିବା ଶୁଭେଚ୍ଛା ବାର୍ତ୍ତାରେ କୁହାଯାଇଛି, ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିବା ମଜଭୁତ ଭାରତୀୟ ଲୋକତନ୍ତ୍ରର ପ୍ରମାଣ ଦେଉଛି । ତାଙ୍କ ନିର୍ବାଚନ ପ୍ରମାଣ ହେଉଛି, ଜନ୍ମ ନୁହେଁ, ବ୍ୟକ୍ତିର ପ୍ରୟାସ ତା’ର ଭାଗ୍ୟକୁ ନିର୍ଦ୍ଧାରିତ କରିଥାଏ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରର ସର୍ବୋଚ୍ଚ ପଦରେ ପହଞ୍ଚିବା ତାଙ୍କ ଉଚ୍ଚାଭିଳାଷାର ପରିଣାମ । ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ କହିଛନ୍ତି, ମୁର୍ମୁଙ୍କୁ ଶୁଭେଚ୍ଛା । ମହିଳାମାନଙ୍କୁ ତାଙ୍କଠାରୁ ପ୍ରେରଣା ମିଳିବ । ଶ୍ରୀଲଙ୍କାର ରାଜନୈତିକ ଦଳ ବି ତାଙ୍କୁ ହାର୍ଦ୍ଦିକ ଶୁଭେ୍‌ଛା ଜଣାଇଛନ୍ତି । ନିକଟରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ୱୀକାର କରିଥିବା ଝୁଲାସ ଉଲଫପେରୁମା କହିଛନ୍ତି ସ୍ୱାଧିନତା ପରେ ଜନ୍ମ ନେଇଥିବା, ଜାତୀୟ ଓ ସାଂସ୍କୃତିକ ଭାବେ ବିଶ୍ୱର ସବୁଠାରୁ ଭିନ୍ନ ଦେଶର ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ।

Share