ଶପଥ ନେବା ପୂର୍ବରୁ ଭାବୁକ ହେଲେ ବାଇଡେନ

ଓ୍ବାଶିଂଟନ,୨୦।୧ : ଆଜି ଅର୍ଥାତ୍‌ ଜାନୁୟାରୀ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବେ। ମାତ୍ର ଏହା ପୂର୍ବରୁ ବାଇଡେନ ତାଙ୍କ ପୁଅ ଏବଂ ଘର କଥା ମନେ ପକାଇ କାନ୍ଦି ପକାଇଛନ୍ତି। ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟାରେ ବାଇଡେନ ଆମେରିକାର ରାଜଧାନୀ ଓ୍ବାଶିଂଟନର ୟୁଏସ୍‌ କ୍ୟାପିଟୋଲ ବିଲ୍ଡିଂରେ ଶପଥ ନେବେ। ବାଇଡେନ ଆମେରିକାର ଡେଲାବେୟର ରାଜ୍ୟରେ ରୁହନ୍ତି। ଆଜି ତାଙ୍କୁ ଜାତୀୟ ଗାର୍ଡ ସଂଯୁକ୍ତ ବଳ ମୁଖ୍ୟାଳୟ ପକ୍ଷରୁ ବିଦାୟ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଇଡେନ ନିଜ ଘର ଏବଂ ପୁଅ ବ୍ୟୁ ବାଇଡେନଙ୍କୁ ମନେ ପକାଇ ଭାବୁକ ହୋଇଯାଇଥିଲେ।

କାରଣ ବାଇଡେନଙ୍କ ପୁଅ ଡେଲାବେୟରରେ ନ୍ୟାଶନାଲ ଗାର୍ଡ ମେଜର ଥିଲେ। ଏକ କାର୍‌ ଆକ୍ସିଡେଣ୍ଟରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟବାସୀଙ୍କୁ ସମ୍ବୋଧନ ସମୟରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ବାଇଡେନ। ଏହା ବ୍ୟତୀତ ରାଜନୈତିକ ଜୀବନ ଏବଂ ସାଙ୍ଗସାଥୀଙ୍କୁ ମନେ ବି ପକାଇଥିଲେ। ଏହି ସମୟରେ ପୁଅକୁ ମଧ୍ୟ ମନେ ପକାଇ କାନ୍ଦିଥିଲେ।

Share