ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଟିମ୍ରେ ଅଧିକରୁ ଅଧିକ ଭାରତୀୟ ମୂଳ ବାସିନ୍ଦାଙ୍କୁ ସାମିଲ କରୁଥିବା ଲକ୍ଷ୍ୟ କରାଯାଉଛି । ପ୍ରଥମତଃ ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ ବାଇଡେନଙ୍କୁ ଦେଶ ଚଳାଇବାରେ ସାହାଯ୍ୟ କରିବେ । ଏହାସହ ଏବେ ଆଉଜଣେ ଭାରତୀୟ ମୂଳ ବାସିନ୍ଦାଙ୍କ ନାଁ ସାମିଲ ବାଇଡେନ୍ଙ୍କ ଟିମ୍ରେ ହେବାକୁ ଯାଉଛି । ୱାଲ ଷ୍ଟ୍ରିଟ୍ ଜର୍ନାଲର ରିପୋର୍ଟ ଅନୁଯାୟୀ, ବାଇଡେନ୍ ସେଣ୍ଟର ଫର୍ ଆମେରିକାନ ପ୍ରୋଗ୍ରେସର ମୁଖ୍ୟ କାର୍ଯ୍ୟକାରୀ ନିରା ଟଣ୍ଡନଙ୍କୁ ଅଫିସ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ଅନ୍ୟପଟେ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ଅର୍ଥଶାସ୍ତ୍ରୀ ସେସିଲିୟା ରାଉଜଙ୍କ ନାମ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।