ବାଇଡେନଙ୍କ ଅଷ୍ଟ୍ରେଲିଆ ଗସ୍ତ ବାତିଲ, କେବଳ ଜି-୭ ଶିଖର ସମ୍ମିଳନୀରେ ହେବେ ସାମିଲ

ଓ୍ବାଶିଂଟନ,୧୭।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲିଆ ଏବଂ ପପୁଆ ନ୍ୟୁ ଗିନି ଗସ୍ତକୁ ବାତିଲ କରିଦେଇଛନ୍ତି। ତେବେ ବାଇଡେନ ଏହି ସପ୍ତାହରେ ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡିଛି। ପୂର୍ବରୁ ଏକ ଖବର ଥିଲା ଯେ ଋଣ ପରିଶୋଧ ମାମଲାରେ ଆମେରିକା ଖୁବ ଶୀଘ୍ର ଡିଫଲ୍ଟର ଘୋଷିତ ହୋଇପାରେ।

ଆମେରିକାର ଟ୍ରେଜେରୀ ସଚିବ ଜାନେତ ୟେଲେନ ସୋମବାର ନିଶ୍ଚିତ କରିଛନ୍ତି ଯେ ଯଦି ସଂସଦ ଏହି ମାମଲାରେ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଜୁନ ସୁଦ୍ଧା ଆମେରିକା ଡିଫଲ୍ଟର ଘୋଷିତ ହୋଇପାରେ। ସୂଚନାଯୋଗ୍ୟ, ଆମେରିକାରେ ତିନୋଟି ପ୍ରମୁଖ ବ୍ୟାଙ୍କ ଡିଫଲ୍ଟ ଘୋଷଣା କରାଯାଇଛି।

Share