୭ ସେପ୍ଟେମ୍ବରରେ ଭାରତ ପହଞ୍ଚିବେ ବାଇଡେନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ

ଓ୍ବାଶିଂଟନ୍‌,୨।୯: ରାଜଧାନୀ ଦିଲ୍ଲୀରେ ୯ ଏବଂ ୧୦ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଠାରୁ ଆରମ୍ଭ କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ବହୁ ବରିଷ୍ଠ ନେତା ଯୋଗ ଦେଉଛନ୍ତି।

ସେମାନଙ୍କୁ ମଧ୍ୟ ସ୍ବାଗତ କରିବାକୁ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ସମୟରେ ଜୋ ବାଇଡେନ ସେପ୍ଟେମ୍ବର ୭ ରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଖବର ରହିଛି। ଆମେରିକାର ରାଷ୍ଟ୍ରପତି ହେବା ପରେ ବାଇଡେନ ପ୍ରଥମ ଥର ପାଇଁ ଭାରତ ଗସ୍ତ କରୁଛନ୍ତି। ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ, ଜୋ ବାଇଡେନ ୭ ରେ ଦିଲ୍ଲୀରେ ପହଞ୍ଚିବେ ଏବଂ ପରଦିନ ଅର୍ଥାତ୍‌ ୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

Share