ଓ୍ବାଶିଂଟନ୍,୨୦।୧:ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବାକୁ ଯାଉଥିବା ଜୋ ବାଇଡେନ୍ ଆପ୍ରବାସୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍ ନିଜ ପ୍ରଥମ କାର୍ଯ୍ୟକାଳର ପ୍ରଥମ ଦିନ ଆପ୍ରବାସୀ ବିଲ୍କୁ ମଞ୍ଜୁରୀ ଦେଇପାରନ୍ତି। ଫଳରେ ଆମରେିକାରେ ବିନା ଆଇନଗତ ସ୍ବୀକୃତି ବିନା ୧ କୋଟି ୧୦ ଲକ୍ଷ ଲୋକଙ୍କୁ ସେଠାକାର ନାଗରିକତ୍ୱ ପାଇବା ପାଇଁ ରାସ୍ତା ସଫା ହୋଇଯିବ। ଏହି ୧ କୋଟି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଅଛନ୍ତି। ଜୋ ବାଇଡେନଙ୍କ ଏହି ନୀତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିଠାରୁ ସମ୍ପୂର୍ଣ୍ଣ ଅଲଗା। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍ ଆମେରିକାର କବାଟ ସର୍ବଦା ପ୍ରତିଭାଶାଳୀ ଲୋକଙ୍କ ପାଇଁ ଖୋଲା ବୋଲି କହିଥିଲେ। ସୂଚନାଯୋଗ୍ୟ, ବାଇଡେନ୍ ଜାନୁୟାରୀ ୨୦ ଅର୍ଥାତ୍ ଆଜି ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ।