ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର ୪୬ତମ ରାଷ୍ଟ୍ରପତି। ତେବେ ଜାଣନ୍ତି କି ବାଇଡେନ୍‌ଙ୍କ ସହ ବଲିଉଡ୍‌ର ସମ୍ପର୍କ ରହିଛି। ଏମିତିରେ ଭାରତ ସହ ଆମେରିକାର ଭଲ ସମ୍ପର୍କ ରହିଥାଏ। ତେବେ ବାଇଡେନ ରାଷ୍ଟ୍ରପତି ହେବା ପରେ ଭାରତ-ଆମେରିକା ସମ୍ପର୍କ କେତେ ଭଲ ହେବ ତା ଦେଖିବାକୁ ବାକି ରହିଲା।
ଉଲ୍ଲେଖଥାଉକି, ବାଇଡେନ ପୂର୍ବରୁ ତାଙ୍କ ଭାଷଣରେ ଭାରତ ବିଷୟରେ ଅନେକ ଥର ଉଲ୍ଲେଖ କରିଛନ୍ତି। ବାଇଡେନ ଯେତେବେଳେ ପ୍ରଚାର ମୈଦାନରେ ଥିଲେ ସେତେବେଳେ ସେ ବଲିଉଡ୍‌ର ସମର୍ଥନ ମଧ୍ୟ ନେଇଥିଲେ। ତାଙ୍କ ପ୍ରଚାରରେ ବଲିଉଡ୍‌ ଗୀତ ବାଜିଥିଲା। ଏହି ଗୀତକୁ ମୂଳ ଭାରତୀୟମାନେ ଆମେରିକୀୟମାନଙ୍କ ସହିତ ମିଶି ଗାଇଥିଲେ। ବାଇଡେନଙ୍କ ପ୍ରଚାର ମୈଦାନରେ ବଲିଉଡ୍‌ ଫିଲ୍ମ ‘ଲଗାନ’ର ଗୀତ ବାଜିଥିଲା।

Share