ତାଲିବାନକୁ ବାଇଡେନଙ୍କ ଚେତାବନୀ

ୱାଶିଂଟନ,୩୧ ।୧: ଆଫଗାନିସ୍ତାନ ଉପରେ ପ୍ରାୟ ୨ଦଶକ ପରେ ଗତବର୍ଷ ତାଲିବାନ ଶାସନ କ୍ଷମତା ହାତେଇଥିବା ବେଳେ ଏବେ ଏହାର ଶାସନରେ ଅତିଷ୍ଠ ହୋଇପଡିଛନ୍ତି ଆଫଗାନବାସୀ । ତେବେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ସେଠାରେ ଥିବା ଆମେରିକା ସେନା ସ୍ୱଦେଶ ଫେରି ଆସିଥିଲେ । ଏହି ଘଟଣା ପରେ ଏବେ ପ୍ରଥମଥର ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଲିବାନ ବିରୋଧରେ ଏକ କଡା ବୟାନ ଜାରି କରିଛନ୍ତି । ଆମେରିକା ନୌସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ମାର୍କ ଫ୍ରେରିଚଙ୍କୁ ବନ୍ଦୀ କରି ରଖିବା ଘଟଣାରେ ଜୋ ବାଇଡେନ ତାଲିବାନକୁ ଚେତାବନୀ ଦେଇଛନ୍ତି । ଏହା ବ୍ୟତୀତ ୨ ବର୍ଷରୁ ଅଧିକ ସମୟ ଧରି ବନ୍ଦିଥିବା ଜଣେ ସିଭିଲ ଇଞ୍ଜିନିୟରଙ୍କୁ ମୁକ୍ତ କରିବାକୁ ବାଇଡେନ କହିଛନ୍ତି । ଜୋ ବାଇଡେନଙ୍କ ଏହି ଚେତାବନୀ ପରେ ଆମେରିକା ଓ ତାଲିବାନ ମଧ୍ୟରେ ଦୂରତା ଆହୁରି ବଢି ଯାଇଛି ।

Share