ଜିଲ ବାଇଡେନ କରୋନା ପଜିଟିଭ, ବାଇଡେନଙ୍କ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନେଇ ଉପୁଜିଲା ସନ୍ଦେହ

ଓ୍ବାଶିଂଟନ,୫।୯:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ କରୋନା ପଜିଟିଭ ହୋଇଛନ୍ତି। ସୋମବାର ହ୍ବାଇଟ ହାଉସ କହିଛି ଯେ ଜିଲ ବାଇଡେନଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରୀକ୍ଷା ନେଗେଟିଭ ହୋଇଛି।
ବାଇଡେନଙ୍କ ୭୨ବର୍ଷୀୟ ପତ୍ନୀ ଗତ ବର୍ଷ ଅଗଷ୍ଟରେ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ ଶେଷଥର ଲାଗି ଜୁଲାଇ ୨୦୨୨ରେ କୋରୋନା ପଜିଟିଭ ହୋଇଥିଲେ।
ଫାଷ୍ଟ ଲେଡିଙ୍କ ରିପୋର୍ଟ ପଜିଟିଭ ମିଳିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ହ୍ବାଇଟ ହାଉସରୁ ଏ ସମ୍ପର୍କରେ କୌଣସି ବୟାନ ଦିଆଯାଇ ନାହିଁ।

Share