ଆମେରିକା ଗସ୍ତ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେରେ ହେବ ଆଲୋଚନା

ଓ୍ବାଶିଂଟନ୍‌,୧୦।୮: ଚଳିତ ବର୍ଷ ଅକ୍ଟୋବର ୨୫ରେ ଆମେରିକା ଗସ୍ତ କରିବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ। ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଜାରି ହୋଇଛି। ଆମେରିକା ଗସ୍ତ କରି ସେ ପ୍ରଧାନମନ୍ତ୍ରୀ ଜୋ ବାଇଡେନଙ୍କୁ ସାକ୍ଷାତ କରିବେ। ଉଭୟ ଦେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଗତ ବର୍ଷ ନିର୍ବାଚନ ଜିତିବା ପରେ ଆନ୍ଥୋନିଙ୍କର ଏହା ପ୍ରଥମ ଗସ୍ତ ବୋଲି ତାଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଅକ୍ଟୋବର ୨୩ ରୁ ୨୬ ଯାଏଁ ଚାରି ଦିନିଆ ଗସ୍ତ ସମୟରେ ଦୁଇ ନେତା ଏୟୁକେୟୁଏସ ସୁରକ୍ଷା ଚୁକ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଆଲୋଚନା କରିବେ।

Share