ଅଡୁଆରେ ବାଇଡେନଙ୍କ ପୁଅ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ କାଲିଫର୍ନିଆରେ ୯ଟି ଟିକସ ଠକେଇ ମାମଲାରେ ଗୁରୁବାର ଅଭିଯୁକ୍ତ ହୋଇଛନ୍ତି। ହଣ୍ଟରଙ୍କ ବ୍ୟବସାୟ କାରବାରର ତଦନ୍ତ କରୁଥିବା ସ୍ବତନ୍ତ୍ର କାଉନସେଲ୍‌ ତାଙ୍କୁ ଅଭିଯକ୍ତ କରିଛନ୍ତି। ୨୦୧୮ରେ ସଂଘୀୟ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ୩ଟି ଜଘନ୍ୟ ଅପରାଧ ଏବଂ ୬ଟି ସାଧାରଣ ଅପରାଧ ଅଭିଯୋଗ ଲାଗିଛି। ହଣ୍ଟର ଟିକସ ବିଲ୍‌ ପୈଠ ନ କରି ବ୍ୟୟବହୁଳ ଲାଇଫଷ୍ଟାଇଲ୍‌ରେ ଲକ୍ଷାଧିକ ଡଲାର ବ୍ୟୟ କରୁଥିଲେ ବୋଲି ସ୍ବତନ୍ତ୍ର କାଉନସେଲ୍‌ ଡାଭିଡ୍‌ ଓ୍ବେଇସ୍‌ କହିଛନ୍ତି। ୨୦୧୬ରୁ ୨୦୧୯ ମଧ୍ୟରେ ସେ ୧.୪ ନିୟୁତ ଡଲାର ଟିକସ ଫାଙ୍କିଥିବା ନେଇ ଅଭିଯୋଗ ଦାଏର ହୋଇଛି। ଉକ୍ତ ଟ୍ୟାକ୍ସ ଏପର୍ଯ୍ୟନ୍ତ ପୈଠ ହୋଇନାହିଁ। ଦୋଷୀସାବ୍ୟସ୍ତ ହେଲେ ସେ ୧୭ ବର୍ଷ ଜେଲ୍‌ଦଣ୍ଡ ପାଇପାରନ୍ତି।

Share