Categories: ଖେଳ

ରାଜସ୍ଥାନ ରୟାଲ୍ସକୁ ଝଟ୍‌କା: ଷ୍ଟୋକ୍ସଙ୍କ ପରେ ଏବେ ଆଇପିଏଲ୍‌ରୁ ହଟିଲେ…

ନୂଆଦିଲ୍ଲୀ,୨୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) ୨୦୨୪ ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଜୋ ରୁଟ୍‌ ଆସନ୍ତା ବର୍ଷ ଟୁର୍ନାମେଣ୍ଟରେ ଭାଗ ନେବାକୁ ମନା କରିଛନ୍ତି। ସେ ଅକ୍ସନ ଲାଗି ରିଟେନ୍‌ସନ ତାଲିକା ଜାରି କରାଯିବା ପୂର୍ବରୁ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଇଂଲଣ୍ଡ କ୍ରିକେଟର ବେନ ଷ୍ଟୋକ୍ସ ମଧ୍ୟ ବାହାର ହୋଇଥିବା ବେଳେ ଏବେ ଦ୍ୱିତୀୟ ଖେଳାଳି ଭାବେ ଆଇପିଏଲରେ ଭାଗ ନେବେ ନାହିଁ ରୁଟ୍‌।

ଆର୍‌ଆର୍‌ ପକ୍ଷରୁ ଏନେଇ ଆଧିକାରୀକ ବୟାନ ଜାରି କରାଯାଇ ରୁଟ୍‌ଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଯାଇଛି। ଏଥିସହ ତାଙ୍କର ଭବିଷ୍ୟତର ଯୋଜନା ଲାଗି ମଧ୍ୟ ଶୁଭକାମନା ଜଣାଯାଇଛି। ତେବେ ଜୋ ରୁଟ୍‌ କିଛି ଦିନ ଲାଗି କ୍ରିକେଟରୁ ବ୍ରେକ୍‌ ନେବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Share