ଲିଡ୍ସ ,୨୭।୮: ଭାରତ ବିପକ୍ଷ ତୃତୀୟ ତଥା ଲିଡ୍ସ ଟେଷ୍ଟରେ ୧୨୧ ରନ୍ର ଶତକୀୟ ପାଳି ଖେଳିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୩ ତମ ଶତକ। ଏଥି ସହିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ସଂଖ୍ୟକ ଶତକ ଲଗାଇବାର ରେକର୍ଡର ଅଧିକାରୀ ହୋଇଛନ୍ତି ରୁଟ୍। ଦ୍ୱିପାକ୍ଷିକ ଟେଷ୍ଟ ଇତିହାସରେ ଏହା ଥିଲା ରୁଟ୍ଙ୍କ ୮ମ ଶତକ। ଏହି ହିସାବରେ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର, ‘ଦି ଓ୍ବାଲ’ ଭାବେ ପରିଚିତ ରାହୁଲ ଡ୍ରାଭିଡ୍ ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ, ଡ୍ରାଭିଡ୍ ଓ କୁକ୍ ଦ୍ୱିପାକ୍ଷିକ ସିରିଜ୍ରେ ୭ଟି ଲେଖାଏ ଶତକ ହାସଲ କରିଥିଲେ।
ଏହାବାଦ୍ ରୁଟ୍ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ବର୍ଷରେ ଦୁଇ ଥର ହ୍ୟାଟ୍ରିକ ଶତକ ହାସଲ କରିଛନ୍ତି। ଚଳିତ ଟେଷ୍ଟ ପୂର୍ବରୁ ନଟ୍ଟିଂହାମ ଓ ଲଣ୍ଡନରେ ମଧ୍ୟ ସେ ଶତକ ଲଗାଇଥିଲେ।