Categories: ଖେଳ

ଆରସିବି ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ଝଟକା: ଆଇପିଏଲରୁ ବାଦ୍‌ ପଡିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୯।୫: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଗ୍ରଣୀ ବୋଲର ଜୋଫ୍ରା ଆର୍ଚର ଆଇପିଏଲ ୨୦୨୩ରୁ ବାଦ୍‌ ପଡିଛନ୍ତି। ତେବେ ତାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବିଦେଶୀ ଦ୍ରୁତ ବୋଲର କ୍ରିସ ଜୋର୍ଡନଙ୍କୁ ସ୍ଥାନିତ କରିଛି।

ଜୋଫ୍ରା ଆର୍ଚର ୨୦୨୧ ବର୍ଷ ଆରମ୍ଭରୁ ଆହତ ହୋଇଥିଲେ। ସେ ଗତ ୨୬ ମାସ ମଧ୍ୟରେ ୬ଥର ଅସ୍ତ୍ରୋପଚାର କରିସାରିଛନ୍ତି। ଆଘାତ ଏବଂ ଅସ୍ତ୍ରୋପଚାରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଆର୍ଚରଙ୍କୁ ବର୍ତ୍ତମାନ ଇଂଲଣ୍ଡ ଫେରିବାକୁ ପଡିବ।

ମୁମ୍ବାଇ ଇଣ୍ଡିଆନ୍ସ ଏକ ବିବୃତ୍ତି ଜାରି କରି କହିଛି, କ୍ରିସ ଜୋର୍ଡନ ମୁମ୍ବାଇ ଇଣ୍ଡିଆନ୍ସରେ ବାକି ସିଜନରେ ଯୋଗଦେବେ। ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ଜୋଫ୍ରା ଆର୍ଚରଙ୍କ ପୁନରୁଦ୍ଧାର ଏବଂ ଫିଟନେସ ଉପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ନଜର ରଖିଛି।

Share