ରିୟାଙ୍କୁ ନେଇ ୨୦୧୪ରୁ ଟୁଇଟ୍‌ କରିଥିଲେ ଜୋଫ୍ରା ଆର୍ଚେର: ପ୍ରଶଂସକ କହିଲେ ଏଭଳି..

ନୂଆଦିଲ୍ଲୀ,୨୮।୮: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ପୁରୁଣା ଟୁଇଟ୍‌ ଏବେ ଭାଇରାଲ ହେଉଛି। ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ପ୍ରମୁଖ ଦୋଷୀ ବୋଲି କୁହାଯାଉଥିବା ରିୟାଙ୍କ ନାମ ଟୁଇଟ୍‌ରେ ଉଲ୍ଲେଖ ରହିଛି। ଏଥିରେ ସେ ରିୟା ଆଣ୍ଡ ଟେସାଲେ ବୋଲି ଲେଖିଛନ୍ତି। ୨୦୧୪ ମସିହାରେ କରାଯାଇଥିବା ଏହି ଟୁଇଟ୍‌ରେ ମଜାଦାର ପ୍ରତିକ୍ରିଆ ଆସୁଛି।

ଜଣେ ବ୍ୟବହାରକାରୀ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ବ୍ୟକ୍ତିଙ୍କ ପୁରୁଣା ଟୁଇଟ୍‌କୁ ଦେଖ। କରୋନା କେବେ ସରିବ ତାହା ତାଙ୍କୁ କହିଥିବ। ଆଉ ଜଣେ ଲେଖିଛନ୍ତି, ଭାଇ ଆପଣଙ୍କୁ ସବୁ ଜଣା। ସେହିିଭଳି ଅନ୍ୟ ଜଣେ ବ୍ୟବହାରକାରୀ ତାଙ୍କ ପାଖରେ ପକ୍କା ଟାଇମ୍‌ ମେଶିନ ରହିଛି ବୋଲି କହିଛନ୍ତି। ଲାଇନ୍‌ ଭାଷାରେ ଜୋଫ୍ରା ଅର୍ଥ ଜ୍ୟୋତିଷ, ଆର୍ଚେର ଅର୍ଥ ଆଚାର୍ଯ୍ୟ ବୋଲି ଅନ୍ୟ ଜଣେ କହିଛନ୍ତି। କେବଳ ଏତିକି ନୁହେଁ ଅନେକ ମଜାଦାର ପ୍ରତିକ୍ରିୟା ଆସିବା ସହ ୨୦୧୪ରେ ୨୦୨୦ର ଭବିଷ୍ୟତ ଦେଖିପାରିଥିବା କହୁଛନ୍ତି।

Share