କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ଜନ୍‌ ଅବ୍ରାହମ୍‌ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଜନ୍‌। ପରେ ସେ ବିଜ୍ଞାପନରେ କାମ କରିବାର ସୁଯୋଗ ପାଇଲେ। ଅଭିନେତା ଭାବେ ସେ ୨୦୦୩ରୁ ଫିଲ୍ମ ‘ଜିସ୍ମ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ସଫଳ ଫିଲ୍ମରେ କାମ କଲେ। ଫିଲ୍ମ ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ଜନ୍‌ଙ୍କ ବାପା ମାଲାୟାଲୀ ଖ୍ରୀଷ୍ଟିଆନ ହୋଇଥିବା ବେଳେ ମା’ ଇରାନୀ। ଏତେ ବଡ଼ କଳାକାରଙ୍କ ମା’ବାପା ହୋଇଥିଲେ ମଧ୍ୟ ସେମାନେ ବହୁତ ସରଳ ଜୀବନଯାପନ କରିବାକୁ ଭଲପାଆନ୍ତି। ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲେ ସେମାନେ ସବୁବେଳେ ଭଡ଼ା ଗାଡି ବ୍ୟବହାର କରିଥାନ୍ତି। ଏକ ସାକ୍ଷାତକାରେ ନିଜେ ଜନ୍‌ ଏକଥା କହିଥିଲେ। ଏପରିକି ନିଜେ ଜନ୍‌ ମଧ୍ୟ ବହୁତ ସରଜ ଜୀବନଯାପନ କରିଥାନ୍ତି। ଅନେକ ସମାରୋହରେ ସେ ସୁଜ୍‌ ପରିବର୍ତ୍ତେ ସ୍ଲିପର ପିନ୍ଧିଥାନ୍ତି। କାରଣ ସ୍ଲିପର ପିନ୍ଧିବାକୁ ତାଙ୍କୁ ଭଲ ଲାଗେ ବୋଲି ଜନ୍‌ କହିଥିଲେ।

Share