ନୂଆ ଘର କିଣିଲେ ଜନ ଆବ୍ରାହମ: ଦାମ୍‌ ଜାଣିଲେ…

ଗତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ପ୍ରପର୍ଟିରେ ବିନିଯୋଗ କରିଥିଲେ। ଆଲିଆ ଭଟ୍ଟଙ୍କଠାରୁ ଅନନ୍ୟା ପାଣ୍ଡେ ପର୍ଯ୍ୟନ୍ତ ନୂଆ ଆପାର୍ଟମେଣ୍ଟ କିଣିଥିଲେ। ବର୍ତ୍ତମାନ ‘ପଠାନ’ ଅଭିନେତା ଜନ ଆବ୍ରାହମ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ଜନ ମୁମ୍ବାଇର ଲିଙ୍କିଂ ରୋଡରେ ଥିବା ଏକ ବଙ୍ଗଳା ପାଇଁ ଏହି ଚୁକ୍ତି ଶେଷ କରିଛନ୍ତି। ସେ ୭୫ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଛନ୍ତି।
ଇଣ୍ଡେକ୍ସ ଟ୍ୟାପ ଡଟ କମ ଅନୁଯାୟୀ, ଜନ୍‌ ୨୭ ଡିସେମ୍ବର ୨୦୨୩ରେ ୭୦.୮ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଥିଲେ। ଷ୍ଟାମ୍ପ ଡ୍ୟୁଟି ଭାବରେ ଅତିରିକ୍ତ ୪.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଜନ କ୍ରୟ କରିଥିବା ଜମିର କ୍ଷେତ୍ର ୭ ହଜାର ୭୨୨ ବର୍ଗଫୁଟ ହୋଇଥିବାବେଳେ ବଙ୍ଗଳାର କ୍ଷେତ୍ର ୫,୪୧୬ ବର୍ଗଫୁଟ। ଜନ ଆବ୍ରାହମ ସମ୍ପତ୍ତି ସହିତ କଣ କରିବାକୁ ଯୋଜନା କରୁଛନ୍ତି ତାହା ପ୍ରକାଶ କରାଯାଇ ନାହିଁ।
ସମ୍ପତ୍ତି ବଜାର ସୂତ୍ରରୁ ଜଣାପଡିଛି ଯେ, ଏହି ପ୍ଲଟ ଲିଙ୍କିଂ ରୋଡ୍‌ର ଏକ ପ୍ରମୁଖ ଅଞ୍ଚଳରେ ଅବସ୍ଥିତ। ଏଥିରେ ସହରରେ ସର୍ବାଧିକ ବ୍ୟବସାୟିକ ସମ୍ପତ୍ତି ହାର ରହିଛି।
ରିଅଲ ଇଷ୍ଟେଟରେ ବହୁ ବିନିଯୋଗ କରିଥିବା ବଲିଉଡ ସେଲିବ୍ରିଟିଙ୍କ ତାଲିକାରେ ଜନ ଆବ୍ରାହମ ସାମିଲ ଅଛନ୍ତି। ଜନ ଆବ୍ରାହମ ଶାହାରୁଖ ଖାନଙ୍କ ସହ ‘ପଠାନ’ ଶେଷଥର ଅଭିନୟ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବଡ ସଫଳତା ହାସଲ କରିଥିଲା।

Share