‘ଏକ୍‌ ଭିଲେନ୍‌ ରିଟର୍ନସ’ର ଶୁଟିଂ ଶେଷ କଲେ ଜନ୍‌ ଆବ୍ରାହମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଆକ୍ସନ-ଥ୍ରୀଲର ଫିଲ୍ମ ’ଏକ୍‌ ଭିଲେନ ରିଟର୍ନସ୍‌’ ପାଇଁ ଶୁଟିଂ ଶେଷ କରିଛନ୍ତି। ଶୁଟିଂ ସରିବା ପରେ ଏହା ଏକ ସ୍ବତନ୍ତ୍ର ଅନୁଭୂତି ବୋଲି ସେ କହିଛନ୍ତି। ଟି-ସିରିଜ ଏବଂ ବାଲାଜୀ ଟେଲିଫିଲ୍ସ ଦ୍ୱାରା ମିଳିତ ଏହି ଫିଲ୍ମଟି ଆସନ୍ତାବର୍ଷ ଜୁଲାଇ ୮ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଅର୍ଜୁନ କପୁର, ଦିଶା ପଟାନି ଏବଂ ତାରା ସୂତରିଆ। ଫିଲ୍ମର ନିର୍ଦେଶନା ଦେଇଛନ୍ତି ମୋହିତ ସୁରୀ। ଏହାର ଶୁଟିଂ ମୁମ୍ବାଇରେ ଶେଷ ହୋଇଛି। ଆବ୍ରାହମ୍‌ ଫିଲ୍ମରେ କାମ କଲାବେଳେ ପ୍ରତିଟି ସିନ୍‌କୁ ଉପଭୋଗ କରିଛନ୍ତି । ବର୍ଷା କିମ୍ବା ରାତିରେ ଶୁଟିଂ ତାଙ୍କୁ କଷ୍ଟ ଦେଉଥିଲେ ମଧ୍ୟ ଏହା ଫିଲ୍ମରେ କୌଣସି ପ୍ରଭାବ ପକାଇ ନଥିଲା।
୨୦୦୩ରେ ପୂଜା ଭଟ୍ଟଙ୍କ ଦାରା ନିର୍ମିତ ଅଭିନେତାଙ୍କ ଡେବ୍ୟୁ ଫିଲ୍ମ ଜିସମରେ ସୁରୀ ସହକାରୀ ନିର୍ଦ୍ଦେଶକ ଥିବାରୁ ଏହି ଫିଲ୍ମରେ ଆବ୍ରାହମ୍‌ଙ୍କୁ ନିର୍ଦ୍ଦେଶନା ଦେବା ପାଇଁ ସ୍ଥିର କରିଥିଲେ। ତାଙ୍କ ପ୍ରଥମ ସିନେମା ପରଠାରୁ ଆବ୍ରାହମ୍‌ଙ୍କ ସହ କାମ କରିବା ତାଙ୍କ ସ୍ବପ୍ନ୍ନ ଥିଲା ବୋଲି ସେ କହିଛନ୍ତି। ୨୦୧୪ରେ ସୁରୀଙ୍କ ଏକ ଭିଲେନରେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖ ଅଭିନୟ କରିଥିଲେ।

Share