ଜନ୍ ଅବ୍ରାହମ୍ ଆହତ

ମୁମ୍ବାଇ: ଅଭିନେତା ଜନ୍ ଅବ୍ରାହମ୍ ଏବେ ବାରାଣସୀରେ ଫିଲ୍ମ ‘ସତ୍ୟମେବ ଜୟତେ ୨’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଆକ୍ସନ୍ ଫିଲ୍ମର ଶୁଟିଂ ପାଇଁ ସେ ଖୁବ୍ ପରିଶ୍ରମ କରୁଥିବା ଜଣାପଡିଛି । ତେବେ ମୁଭିର ଷ୍ଟଣ୍ଟ କରୁଥିବା ସମୟରେ ସେ ଆହତ ହୋଇଥିବା ଜଣାପଡିଛି । ତାଙ୍କର ଡାହାଣ ହାତରେ ଆଘାତ ଲାଗିଛି । ଏହାପରେ ସେ କଷ୍ଟ ଅନୁଭବ କରିବାରୁ ବାରାଣସୀର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ଶେୟାର କରାଯାଇଥିବା ଫଟୋରେ ଦେଖାଯାଇଛି କି ତାଙ୍କର ଏକ୍ସରେ ଫଟୋ ଡାକ୍ତର ଚେକ୍ କରୁଥିବା ସମୟରେ ସେ ପାଖରେ ଠିଆ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଘାତ ସେଭଳି ଅଧିକ ନ ଥିବାରୁ ଡାକ୍ତର ତାଙ୍କୁ ଫାଷ୍ଟଏଡ୍ ଦେଇ ଛାଡି ଦେଇଛନ୍ତି । ତେବେ ଜନ୍‌ଙ୍କ ହସ୍ପିଟାଲ ଯିବା ଦେଖି ତାଙ୍କ ପ୍ରଶଂସକମାନେ ହସ୍ପିଟାଲ ବାହାରେ ରୁଣ୍ଡ ହୋଇ ଯାଇଥିଲେ । ଅବଶ୍ୟ କିଛି ସମୟ ପରେ ସମସ୍ତେ ଆଶ୍ୱସ୍ତ ଅନୁଭବ କରିଥିଲେ । ୨୦୧୮ରେ ଜନଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ର ଏହା ହେଉଛି ସିକୁଏଲ । ଏଥିରେ ସେ ପୋଲିସ ଭୁମିକାରେ ନଜର ଆସିବେ । ଏହା ଜନଙ୍କ ଦ୍ୱିତୀୟ ଫିଲ୍ମ ଯେଉଁଥିରେ ସେ ଆବଶ୍ୟକତାଠାରୁ ଅଧିକ ଷ୍ଟଣ୍ଟ କରୁଛନ୍ତି ବୋଲି କୁହାଯାଉଛି । ଆଗାମୀ ବର୍ଷ ଏହି ଫିଲ୍ମ ରିଲିଜ୍ ହେବାର ଯୋଜନା ରହିଛି ।

Share