ମେଡିକାଲରେ ଭର୍ତ୍ତି ହେଲେ ଜନ ଆବ୍ରାହମ

ବାରଣାସୀ,୨୪।୧୨-ଉତ୍ତରପ୍ରଦେଶ ବାରଣସୀରେ ଶୁଟିଂ ଚାଲିଥିବାବେଳେ ବଲିଉଡ ଅଭିନେତା ଜନ ଆବ୍ରାହମ ଗୁରୁବାର ଆହତ ହୋଇଛନ୍ତି। ଆଗାମୀ ଫିଲ୍ମ ’ସତ୍ୟମେବ ଜୟତେ ୨’ର ଶୁଟିଂରେ ସମୟରେ ଜନଙ୍କ ଡାହାଣ ହାତରେ ଶକ୍ତ ଆଘାତ ଲାଗିଛି। ଏହାପରେ ଜନଙ୍କୁ ଚିତିପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଡାକ୍ତର ତାଙ୍କ ହାତର ଏକ୍ସରେ ମଧ୍ୟ କରିଥିବା ଜଣାପଡ଼ିଛି। ଏକ୍ସରେ ରିପୋର୍ଟରେ ଜନଙ୍କ ହାତରେ କିଛି ଡ୍ୟାମେଜ ନେଇ ସଂକେତ ମିଳିନାହିଁ। ଡାକ୍ତର କେବଳ ବ୍ୟାଣ୍ଡେଜ କରି ତାଙ୍କୁ ଫେରାଇ ଦେଇଥିବା ଜଣାପଡିଛି।

 

Share