ଜନ ଆବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି। କେହି ଜଣେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିଦେଇଛନ୍ତି। ଏଥିସହ ଅଭିନେତାଙ୍କ ସମସ୍ତ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଡିଲିଟ୍‌ ମଧ୍ୟ କରିଦେଇଛି। ତେବେ ତାଙ୍କ ଆକାଉଣ୍ଟକୁ କିଏ ହ୍ୟାକ୍‌ କରିଛି ତାହା ବର୍ତ୍ତମାନ ଯାଏ ଜଣାପଡିନାହିଁ।
ଜନ ଆବ୍ରାହମଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୯.୩ ମିଲିଅନ ଫଲୋଅର୍ସ ଅଛନ୍ତି। ସେହିପରି ସେ ଶହ ଶହ ସଂଖ୍ୟାରେ ପୋଷ୍ଟ ମଧ୍ୟ କରିଥିଲେ। ଏବେ କିନ୍ତୁ ହ୍ୟାକ୍‌ ହେବା ପରେ ତାଙ୍କ ଆକାଉଣ୍ଟରେ ଗୋଟିଏ ବି ପୋଷ୍ଟ ନାହିଁ।

Share