Categories: ଖେଳ

ଟେନିସରୁ ଇଜନରଙ୍କ ଅବସର

ନ୍ୟୁୟର୍କ,୧ା୯: ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମ୍ୟାଚରେ ପରାଜୟ ପରେ ଆମେରିକାର ଟେନିସ ଖେଳାଳି ଜନ୍‌ ଇଜନର ଟେନିସରୁ ଅବସର ନେଇଛନ୍ତି। ବର୍ତ୍ତମାନ ତାଙ୍କୁ ୩୮ବର୍ଷ ବୟସ ହୋଇଛି।

ଖେଳକୁ ଗୁଡ୍‌ ବାଏ କରିବା ସହଜ ନୁହେଁ। ଏହା ଏକ କଷ୍ଟକର ନିଷ୍ପତ୍ତି। ଏହି ସମୟ ସମସ୍ତଙ୍କ କ୍ଷେତ୍ରରେ ଦିନେ ନା ଦିନେ ଆସିଥାଏ। ୟୁଏସ୍‌ ଓପନ ଆରମ୍ଭର ଏକ ସପ୍ତାହ ପୂର୍ବରୁ ଇଜନର ତାଙ୍କ ଅବସର ସୂଚନା ଦେଇଥିଲେ। ଏହା ତାଙ୍କ ଶେଷ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ହେବ ବୋଲି କହିଥିଲେ। ଗୁରୁବାର ଦ୍ୱିତୀୟ ରାଉଣ୍ଡ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ସେ ତାଙ୍କ ଦେଶର ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମାଇକେଲ ମୋ’ଙ୍କଠାରୁ ୩-୬, ୪-୬, ୭-୬ (୩), ୬-୪, ୭-୬ (୧୦-୭)ରେ ହାରିଯାଇଛନ୍ତି। ଏହାର କିଛି ଘଣ୍ଟାପରେ କୋର୍ଟ ନମ୍ବର ୧୨ରେ ସେ ତାଙ୍କ ଆମେରିକୀୟ ପାର୍ଟନର ଜ୍ୟାକ୍‌ ସକ୍‌ଙ୍କୁ ନେଇ ଏକ ଡବଲ୍ସ ମ୍ୟାଚରେ ରବର୍ଟ ଗ୍ୟାଲେଓ୍ବେ ଓ ଅଲ୍‌ବାନୋ ଓଲିଭେଟିଙ୍କଠାରୁ ୬-୨, ୩-୬, ୭-୬ (୧୦-୩)ରେ ହାରିଯାଇଥିଲେ।

Share