ପାଞ୍ଚ ଦିବସୀୟ ଗସ୍ତରେ ଭାରତ ଆସିବେ ବାଇଡେନଙ୍କ ବିଶେଷ ଦୂତ ଜନ କେରି

ଓ୍ବାଶିଂଟନ୍‌,୨୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଶେଷ ଦୂତ ଜନ କେରି ଭାରତ ଗସ୍ତରେ ଆସୁଛନ୍ତି॥ ଜୁଲାଇ ୨୫ ରୁ ୨୯ ପର୍ଯ୍ୟନ୍ତ ତାଙ୍କର ଗସ୍ତ ସମୟରେ ସେ ଦିଲ୍ଲୀ ଏବଂ ଚେନ୍ନାଇ ଗସ୍ତ କରିବେ। ଚେନ୍ନାଇ ଗସ୍ତ ସମୟରେ କେରି ଜି-୨୦ ପରିବେଶ ଏବଂ ଜଳବାୟୁ ମନ୍ତ୍ରୀମାନଙ୍କ ସହ ବୈଠକରେ ଅଂଶଗ୍ରହଣ କରିବେ। ବୈଠକରେ ସେ ଦିଲ୍ଲୀର ବରିଷ୍ଠ ଅଧିକାରୀଙ୍କ ସହ ଜଳବାୟୁ ଏବଂ ଶକ୍ତି ବିଷୟରେ ଆଲୋଚନା କରିବେ।

ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, କେରିଙ୍କ ଭାରତ ଗସ୍ତରେ ଜଳବାୟୁ ଏବଂ ସ୍ବଚ୍ଛ ଶକ୍ତି ଉପରେ ସହଭାଗୀ ଉଦ୍ଦେଶ୍ୟକୁ ଆଲୋଚନ ହେବ। ନବୀକରଣ ଶକ୍ତି ଏବଂ ସଂରକ୍ଷଣ ସମାଧାନରେ ବିନିଯୋଗ ପାଇଁ ଏକ ପ୍ଲାଟଫର୍ମ ର୍ନିମାଣ, ଶୂନ-ନିର୍ଗମନ ବସ ନିୟୋଜନ ଏବଂ ସ୍ବଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳାକୁ ବିବିଧ କରିବା ପାଇଁ ପାରସ୍ପରିକ ପ୍ରୟାସ ଉପରେ ମଧ୍ୟ ଆଲୋଚନା ହେବ।

Share