ନୂଆଦିଲ୍ଲୀ, ୨୭ା୫ (ପି.ଟି.): ବକ୍ସିଂ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ) ଶୁକ୍ରବାର ଜନ୍ ଓ୍ବାରବର୍ଟନଙ୍କୁ ସବ୍ଜୁନିୟର କୋଚ୍ ଭାବେ ନିଯୁକ୍ତି ଦେଇଛି। ତୃଣମୂଳ ସ୍ତରରେ ଖେଳର ବିକାଶ ଲକ୍ଷ୍ୟ ନେଇ ଏହି ନିଯୁକ୍ତି ଦିଆଯାଇଛି। ଓ୍ବାରବର୍ଟନଙ୍କ କୋଚିଂ କ୍ୟାରିୟର ପାଖାପାଖି ୪ ଦଶନ୍ଧି ଧରି ପରିବ୍ୟାପ୍ତ। ସେ ଇଂଲଣ୍ଡରେ ୧୯୮୪ରୁ ଏହି ଖେଳ ସହ ସମ୍ପୃକ୍ତ ଅଛନ୍ତି। ବର୍ତ୍ତମାନ ସେ କର୍ନାଟକର ବେଲାରିଠାରେ ରହିଥିବା ଜେଏସ୍ଡବ୍ଲ୍ୟୁ ଇନ୍ସ୍ପାୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସରେ କୋଚିଂ ଦେଉଛନ୍ତି। ତାଙ୍କଠାରୁ କୋଚିଂ ନେଇ ମଞ୍ଜୁ ବାମ୍ବୋରିୟା, ମନୀଷା ମୋଉନ୍ ଓ ନିଶାନ୍ତ ଦେବଙ୍କ ଭଳି ବକ୍ସର ସୃଷ୍ଟି ହୋଇଛନ୍ତି। ବିଏଫ୍ଡବ୍ଲ୍ୟୁ ଓ ଜେଏସ୍ଡବ୍ଲ୍ୟୁ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍ର ଏକ ଅଂଶବିଶେଷ ସ୍ବରୂପ ଓ୍ବାରବର୍ଟନଙ୍କୁ ନିଯୁକ୍ତି ଦିଆଯାଇଛି।