ଖୁସି ଖବର: ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ଭଲ କାମ କରିବ ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ!

ୱାଶିଂଟନ,୨ ।୭: କରୋନା ଭାଇରସର ନୂଆ ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏହା ଏମିତି ଏକ ଭାରିଏଣ୍ଟ ଯାହା ସିଧାସଳଖ ଫୁସ ଫୁସ ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଉଛି । ସବୁଠାରୁ ବଡ ଚିନ୍ତାର କାରଣ ହେଉଛି କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଯେତେସବୁ ଭ୍ୟାକ୍ସିନ ବ୍ୟବହାର କରାଯାଉଛି ଏହା ଡେଲ୍ଟା ପ୍ଲସ ପାଇଁ କାମ କରିବ ନାହିଁ । ଆଉ ଏହାରି ମଧ୍ୟର ଏବେ ଆଶ୍ୱସନା ଦେବା ଭଳି ଏକ ଖବର ଆସିଛି । ଜନସନ ଆଣ୍ଡ ଜନସନ କମ୍ପାନୀ ଦାବି କରିଛି ଯେ ଉକ୍ତ କମ୍ପାନୀର କରୋନା ଭ୍ୟାକ୍ସିନ ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ କାମ କରିବ ଓ ଏହାକୁ ଅକାମୀ କରିବାର କ୍ଷମତା ରଖିଛି । କମ୍ପାନୀ କହିଛି କି ତା’ର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ କରୋନା ମହାମାରୀକୁ ଦୂରେଇ ଦେବାର କ୍ଷମତା ରଖିଛି । କମ୍ପାନୀ ଆହୁରି ମଧ୍ୟ ଦାବି କରିଛି ଯେ ଭ୍ୟାକ୍ସିନ ନେବାର ୨୯ ଦିନ ଭିତରେ ଏହା ଡେଲ୍ଟା ପ୍ଲସ ଭାରିଏଣ୍ଟକୁ ଅକାମୀ କରି ଦେଉଛି । ସୂଚନାଯୋଗ୍ୟ, ଏବେ ଡେଲ୍ଟା ପ୍ଲସ ଭାରିଏଣ୍ଟ ବହୁ ଦେଶକୁ ବ୍ୟାପିଯାଇଥିବା ବେଳେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

Share