ସିଙ୍ଗଲ ଡୋଜ ଭ୍ୟାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ,୬।୮: ଆମେରିକାର ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଭାରତରେ କରୋନା ବିରୋଧରେ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତି ଜାରି କରାଯାଇଛି। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଟିକାର ୩ଟି କ୍ଲିନିକାଲ ଟ୍ରାଏଲ୍‌ ସରିଛି। ଏଥିରେ ୮୫ପ୍ରତିଶତ ସଫଳତା ମିଳିଛି। ସେଥିପାଇଁ ଭାରତରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଉ। ଏହି ସିଙ୍ଗଲ ଡୋଜ ଟିକା ନେବାର ୨୮ଦିନ ମଧ୍ୟରେ ଏହା ବେଶ୍‌ ଫଳପ୍ରଦ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଯଦି ଏହାକୁ ସରକାର ଅନୁମୋଦନ କରନ୍ତି, ତେବେ ଏହା ଭାରତର ଚତୁର୍ଥ ଟିକା ହେବ। ଏହା ଭାରତରେ ବ୍ୟବହୃତ ପ୍ରଥମ ସିଙ୍ଗଲ ଡୋଜ ଟିକା। ଭାରତ ସରକାର କରୋନାକୁ ହରାଇବା ପାଇଁ ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଏହାପୂର୍ବରୁ ସୋମବାର କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଭାରତରେ ନିଜର ସିଙ୍ଗଲ ଡୋଜ କୋଭିଡ ଟିକା ଆଣିବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ଏବାବଦରେ ଭାରତ ସରକାରଙ୍କ ସହ ଚାଲିଥିବା ଆଲୋଚନାକୁ ଅପେକ୍ଷା କରାଯାଇଛି ବୋଲି କମ୍ପାନୀ କହିଛି। ବର୍ତ୍ତମାନ ଭାରତରେ ଜରୁରୀକାଳୀନ ବ୍ୟବହାରରେ ଦେଶୀ ଟିକା କୋଭାକ୍ସିନ, କୋଭିଶିଲ୍ଡ ଏବଂ ବିଦେଶୀ ଟିକା ସ୍ଫୁଟନିକ୍‌-ଭି ଓ ମର୍ଡନା ଟିକା ସାମିଲ ହୋଇଛି। ତେବେ ଭାରତ ଭଳିି ଏକ ଜନବହୁଳ ଦେଶରେ, ଗୋଟିଏ ମାତ୍ର ଡୋଜ ଟିକା କମ୍‌ ସମୟ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଇବାରେ ସହାୟକ ହେବ।

Share