କରୋନା ଭ୍ୟାକ୍ସିନ ପରୀକ୍ଷଣ କରିବ ନାହିଁ ଜନସନ୍ ଆଣ୍ଡ ଜନସନ୍‌

ୱାଶିଂଟନ,୧ ।୧୦: କରୋନା ମହାମାରୀ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ଦେଇଥିବା ବେଳେ ଏହାର ଭ୍ୟାକ୍ସିନ ପ୍ର୍‌ସ୍ତୁତରେ ଲାଗି ପଡିଛି ସାରା ବିଶ୍ୱ । ହେଲେ ଏହାକୁ ନେଇ ଏବେ ଏକ ଖରାପ ଖବର ଆସିଛି । କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଏହି ଭ୍ୟାକ୍ସିନର ପରୀକ୍ଷଣ ଉପରେ ରୋକ ଲଗାଇଛି । କମ୍ପାନୀ କହିଛି ପରୀକ୍ଷଣରେ ସାମିଲ ଜଣେ ଅଂଶିଦାର ଏବେ ଅସୁସ୍ଥତାର ଶିକାର ହୋଇଛନ୍ତି । ନ୍ୟୁଜର୍ସିରେ ଥିବା ଏହି କମ୍ପାନୀର ପ୍ରବକ୍ତା ଜ୍ୟାକ ସାଜେଂଟ ସ୍ୱାସ୍ଥ୍ୟ ସମାଚାର ପ୍ରଦାନ କରୁଥିବା ପ୍ରକାଶିତ ଏକ ଖବର ମାଧ୍ୟମରେ କହିଛନ୍ତି ଜନସନ ଆଣ୍ଡ ଜନସନ କରୋନା ଭ୍ୟାକ୍ସିନ ପରୀକ୍ଷଣକୁ ଅଟକାଇ ଦେଇଛି । ଚଳିତ ମାସ ଆରମ୍ଭରେ ଜନସନ ଆଣ୍ଡ ଜନସନ ଆମେରିକାରେ ଟିକା ପ୍ରସ୍ତୁତ କରୁଥିବା ଏହି କମ୍ପାନୀ ସୂଚିରେ ସାମିଲ ହୋଇଥିଲା । ଯାହା କରୋନାର ଭ୍ୟାକ୍ସିନ ତିଆରି କରିବା ସହ ଏହା ମାନବ ପରୀକ୍ଷଣ ପାଖାପାଖି ପହଞ୍ଚିଯାଇଥିଲା ।

Share