Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ଅତିଥି ହୋଇପାରନ୍ତି ଜନ୍‌ସନ

ନୂଆଦିଲ୍ଲୀ, ୩ା୧୨: ୨୦୨୧ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ନଭେମ୍ବର ୨୭ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟେଲିଫୋନ୍‌ରେ ଆମନ୍ତ୍ରଣ କରିଥିଲେ। ୧୯୯୩ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍‌ ମେଜର ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍‌ର ମୁଖ୍ୟ ଅତିଥି ହୋଇଥିଲେ। ଏହାର ୨୭ ବର୍ଷ ପରେ ଜଣେ ବ୍ରିଟିଶ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ହେବେ।
ମୋଦିଙ୍କ ଆମନ୍ତ୍ରଣ ଏକ ଚତୁର ପ୍ରୟାସ ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ଆଗାମୀ ଦଶନ୍ଧି ଲାଗି ବ୍ରିଟେନ ସହ ସମ୍ପର୍କକୁ ନୂଆ ମୋଡ଼ ଦେବା ପାଇଁ ନଭେମ୍ବର ୨୭ରେ ଜନ୍‌ସନଙ୍କ ସହ ଆଲୋଚନା ହୋଇଥିଲା ବୋଲି ମୋଦି ଟୁଇଟ କରି କହିଛନ୍ତି।

Share