ଜନ୍‌ସନଙ୍କ ଇସ୍ତଫା: ଅଡୁଆରେ ଋଷି ସୁନକଙ୍କ ଦଳ

ଲଣ୍ଡନ: ପାର୍ଟିଗେଟ୍‌ ମାମଲାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ କମିଟି ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ଇସ୍ତଫା ଦେଇଛନ୍ତି। ଜନ୍‌ସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ଆସନ୍ତା ଉପ-ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି।

କରୋନା ମହାମାରୀ ସମୟରେ ବୋରିସ୍‌ ଜନ୍‌ସନ ୧୦ ଡାଉନିଂ ଷ୍ଟ୍ରିଟରେ ପାର୍ଟି କରି ହାଉସ ଅଫ୍‌ କମନ୍ସକୁ ବିଭ୍ରାନ୍ତ କରୁଥିବା ଅଭିଯୋଗର ସଂସଦ କମିଟି ଅନୁସନ୍ଧାନ କରୁଛି। ବର୍ତ୍ତମାନ ଅକ୍ସବ୍ରିଜ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏକ ଉପ-ନିର୍ବାଚନ ହେବ ଯେଉଁଠାରେ ବୋରିସ ଜନ୍‌ସନ ସାଂସଦ ଥିଲେ। ଏହି ନିର୍ବାଚନରେ ଋଷି ସୁନକଙ୍କ ଦଳ ପରାଜିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଜନ୍‌ସନ କହିଛନ୍ତି, କଙ୍ଗାରୁ କୋର୍ଟ ଚାଲୁଥିବା ଅନୁସନ୍ଧାନରେ ଜଡ଼ିତ ସାଂସଦ ଜନ୍‌ସନ ଅଭିଯୋଗ କରିଛନ୍ତି, ଅନୁସନ୍ଧାନ କମିଟିରେ ସମ୍ପୃକ୍ତ ସାଂସଦମାନେ କଙ୍ଗାରୁ କୋର୍ଟ ଚଳାଉଛନ୍ତି। ସେମାନେ ତାଙ୍କର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି।

ସେ କହିଛନ୍ତି, କିଛି ଲୋକ ମୋତେ ଏକ ଷଡ଼ଯନ୍ତ୍ରରେ ଜଡ଼ିତ କରୁଛନ୍ତି। ସେମାନେ ଏପର୍ଯ୍ୟନ୍ତ ମୋ ବିରୋଧରେ କୌଣସି ପ୍ରମାଣ ପ୍ରଦାନ କରିବାରେ ସକ୍ଷମ ହୋଇ ନାହାନ୍ତି। ଅନୁସନ୍ଧାନ କମିଟିର ଚିଠି ପାଇବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆରମ୍ଭରୁ ତଥ୍ୟ ଖୋଜିବା ପରିବର୍ତ୍ତେ, ମୋତେ ଦୋଷୀ ପ୍ରମାଣ କରିବାକୁ ଚେଷ୍ଟା କରାଯାଉଥିଲା।

ବାସ୍ତବରେ ବୋରିସ୍‌ ଜନ୍‌ସନଙ୍କ ୫୬ତମ ଜନ୍ମଦିନରେ ତାଙ୍କ ସ୍ତ୍ରୀ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସୁନକଙ୍କ ସମେତ କଞ୍ଜରଭେଟିଭ୍‌ ଦଳର ଅନେକ ନେତା ଉପସ୍ଥିତ ଥିଲେ। ସେହି ସମୟରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ଚାଲିଥିଲା। ସେଥିପାଇଁ ପୋଲିସ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଜରିମାନା ଆଦାୟ କରିଥିଲା।

Share