ଯୋଗ ଦେଲେ ନୂତନ ଡିଏଫ୍‌ଓ

ବାଲେଶ୍ୱର ଅଫିସ, ୪।୭: ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଭାବେ ଭାରତୀୟ ବନସେବା ଅଧିକାରୀ ଆୟୁଷ ଜୈନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବନବିଭାଗର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରକୁ ବଦଳି କରାଯାଇଛି। ଜୈନ କାର୍ଯ୍ୟରେ ଯୋଗଦେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଜୈନ ବନ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ବେଆଇନ କାଠ, ମିଲ୍‌ ଓ ଶିକାରୀଙ୍କ ଉପରେ କଡ଼ା ନଜର ରଖିବେ ବୋଲି କହିଛନ୍ତି।