କେସିଙ୍ଗା ଆଇ.ସି.ଡ଼ି.ଏସ.ରେ ନୂଆ ସିଡିପିଓଙ୍କ ଯୋଗଦାନ

କେସିଙ୍ଗା,୧୬।୬(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟରେ ନୂଆ ସିଡିପିଓ ସୁଷମା ମିଶ୍ର ଶୁକ୍ରବାର ଯୋଗଦାନ କରିଛନ୍ତି। ସେ ଦୀର୍ଘ ଦିନରୁ ଭବାନୀପାଟଣା ବ୍ଲକରେ କାର୍ଯ୍ୟ କରୁଥିଲେ। ଗର୍ଭବତୀ, ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଠିକ୍‌ ଭାବେ ପୃଷ୍ଟିକର ଖାଦ୍ୟ ଯୋଗାଇବା ସହ ଛତୁଆ, ଅଣ୍ଡା ସମସ୍ତେ ଠିକ ଭାବେ ପାଇ ପାରିବେ ସେଥିପ୍ରତି ଧ୍ୟାନ ଦେବେ ବୋଲି ସିଡିପିଓ ପ୍ରକାଶ କରିଛନ୍ତି। ସେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରୁ ବିଭିନ୍ନ ପ୍ରକାର ଉନ୍ନତ ମାନର ଜ୍ଞାନ କୌଶଳ ଶିକ୍ଷା ଲାଭ କରିଛନ୍ତି ତାହା ସବୁ ଅଙ୍ଗନବାଡି କର୍ମୀ, ମହିଳା ଗୋଷ୍ଠୀଙ୍କୁ ତାଲିମ ମଧ୍ୟ ଦେବେ ବୋଲି ପ୍ରକାଶ କରିଛନ୍ତି । ସୁଷମାଙ୍କୁ କେସିଙ୍ଗା ସମ୍ବାଦିକ ସଙ୍ଘ, ସୁପରଭାଇଜର, ଅଙ୍ଗନବାଡି କର୍ମୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇ ଥିଲା। କେସିଙ୍ଗାର ପୂର୍ବ ସିଡିପିଓ ମୁଯିବୁନ ନିଶାଙ୍କୁ ଭବାନୀପାଟଣା ବ୍ଲକକୁ ବଦଳି ହୋଇଛି।

Share