ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ଯୁଦ୍ଧ ବିମାନ ଦେଖାଇଲା ରଣ କୌଶଳ

ଓ୍ବାଶିଂଟନ୍‌,୧୦।୨: ନେବାଦା ମରୁଭୂମିରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ମିଳିତ ଭାବେ ଏୟାର ଡ୍ରିଲ କରି ଚୀନକୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ଏହି ଡ୍ରିଲରେ ୩ ଦେଶର ଯୁଦ୍ଧ ବିମାନ ଆକାଶ ଗର୍ଜନ କରି ନିଜ ରଣ କୌଶଳ ପ୍ରଦର୍ଶନ କରିଥିଲେ।

ଆମେରିକାର ବାୟୁସେନା ଅଧିକାରୀ ଏହି ମିଳିତ ଏୟାର ଡ୍ରିଲ ବିଷୟରେ ସୂଚନା ଦେଇ ଏହି ସାମରିକ ଅଭ୍ୟାସ କୌଣସି ସାମ୍ପ୍ରତିକ ଘଟଣାକୁ ଦୃଷ୍ଟିରେ ରଖି କରାଯାଇ ନ ଥିବା ପ୍ରକାଶ କରିଛନ୍ତି। ୩ ଦେଶର ଯୁଦ୍ଧ ବିମାନ ନିଜ ପାରଦର୍ଶିତା ଏବଂ କୌଶଳ ପ୍ରଦର୍ଶନ କରିଥିବା ସୂଚନା ଦିଆଯାଇଛି। ଅନ୍ୟକ୍ଷେପ ଫେବୃୟାରୀ ୪ତାରିଖରେ ଆମେରିକାର ଯୁଦ୍ଧ ବିମାନ ସାଉଥ୍‌ କାରୋଲିନା ଉପକୂଳରୁ ଚୀନର ଗୁପ୍ତଚର ବେଲୁନକୁ ଖସାଇବାରେ ସଫଳ ହୋଇଥିଲା। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି ମାନବରହିତ ସିଭିଲିଆନ୍‌ ଏୟାରଶିପ୍‌କୁ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ଖସାଇବା ଦୁର୍ଭାଗ୍ୟଜନକ ବୋଲି କହିଥିଲା। ଏପରିକି ଏହାର ଜବାବ ଦିଆଯିବ ବୋଲି ଚାଇନା ପ୍ରତିକ୍ରିୟା ରଖିଥିଲା।

Share