ମିଳିତ ଅଭିଯୋଗ ଶୁଣାଣି: ଜିଲାପାଳ ଆସିଲେନି, ଉପଜିଲାପାଳ ଶୁଣିଲେ ଅଭିଯୋଗ

ଦାରିଙ୍ଗବାଡି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପରିସର ମଧ୍ୟରେ ମଙ୍ଗଳବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁ ଏହି ଅଭିଯୋଗ ଶୁଣାଣିରେ ଯୋଗ ଦେଇପାରି ନ ଥିଲେ ଫଳରେ ଫୁଲବାଣୀ ଉପଜିଲାପାଳ ଚିତ୍ତ ରଞ୍ଜନ ମହନ୍ତ ଏହି ଅଭିଯୋଗ ଶୁଣାଣି କରିଥିଲେ। ଏହି ଅଭିଯୋଗ ଶୁଣାଣିବେଳେ କୋଟଗଡ଼ ବ୍ଲକ ରାଣିପାଙ୍ଗା ପଞ୍ଚାୟତର ସର୍ବାଙ୍ଗୀନ ଉର୍ନ୍ନତି ପାଇଁ ପୂର୍ବତନ ସରପଞ୍ଚ ଯୋହନ ପ୍ରଧାନ ଲିଖିତ ଅଭିଯୋଗ ଜଣାଇଥିଲେ। ସେହିପରି ସିର୍କାବର୍ଗ ପଞ୍ଚାୟତର ସମିତିସଭ୍ୟ ଶ୍ୟାମଘନ ପ୍ରଧାନ ତାଙ୍କ ପଞ୍ଚାୟତରେ ମୋବାଇଲ ଟାୱାର ସ୍ଥାପନ କରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବା ଲିଖିତ ଜଣାଇବା ସହ ରାସ୍ତା ମରାମତି କରିବାକୁ ସେ ଜଣାଇଛନ୍ତି। ସେହିପରି ଶଶୀ ଗୌଡ଼ ତାଙ୍କ ଝିଅର ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯାଇଛି। ଚିକିତ୍ସା ପାଇଁ ଅର୍ଥ ସହାୟତା ପାଇଁ ନିବେଦନ କରିଥିଲେ ଖବର ଲେଖିବା ସୁଦ୍ଧା ସାମୁହିକ ଓ ବ୍ୟକ୍ତିଗତ ପ୍ରାୟ ୯୦ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଆହୁରି ଏହି ସଂଖ୍ୟାରେ ବୃଦ୍ଧି ପାଇବ। ଏହି କାର୍ଯ୍ୟକ୍ରମରେ ଜିଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share