‘ କେବଳ ମିଳିତ ଉଦ୍ୟମ ଦ୍ୱାରା ମହାମାରୀର ଅନ୍ତ ସମ୍ଭବ’

ଡାଭୋସ,୧୮।୧: କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ମିଳିତ ଉଦ୍ୟମ ଜରୁରୀ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କହିଛନ୍ତି। ସାରା ବିଶ୍ୱରେ ଟିକାର ସୁଷମ ବଣ୍ଟନ ଏବଂ ଟିକାକରଣ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତେବେ ପରସ୍ପରକୁ ଦୋଷାରୋପ କରିବା ଦ୍ୱାରା ମହାମାରୀ ଦୂର କରିବା ଦିଗରେ ଆମର ଦାୟିତ୍ୱ ବିଳମ୍ବ ହେବ ବୋଲି ସୁଇଜରଲାଣ୍ଡର ଡାଭୋସରେ ଅନୁଷ୍ଠିତ ଅନ୍‌ଲାଇନ ବିଶ୍ୱ ଅର୍ଥନୀତି ଫୋରମ୍‌ ସମିଟ୍‌କୁ ଉଦ୍‌ବୋଧନ ଦେଇ ଜିନ୍‌ପିଙ୍ଗ କହିଛନ୍ତି। ଅନ୍ୟକୁ ଦୋଷାରୋପ ଏବଂ ଶୀତଳ ଯୁଦ୍ଧ ମାନସିକତା ଛାଡ଼ିବା ଲାଗି ସେ ଆମେରିକାକୁ ଇଙ୍ଗିତ କରି କହିଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ‘ବିଶ୍ୱର ସ୍ଥିତି’ ଶୀର୍ଷକ ଉପରେ ସ୍ବତନ୍ତ୍ର ଉଦ୍‌ବୋଧନ ଦେଇ ଚାଇନା ରାଷ୍ଟ୍ରପତି କହିଥିଲେ, ମହାମାରୀକୁ ପରାଜିତ କରିବା ଲାଗି ବିଶ୍ୱ ମିଳିତ ଉଦ୍ୟମ ଚାହେଁ।

Share