ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲାପାଳ ଅମୃତ ଋତୁରାଜ ପହଞ୍ଚି ସାଧାରଣ ଲୋକ ମାନଙ୍କ ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତସମସ୍ୟା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ଵିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ତୁମୁଡିବନ୍ଧ ବ୍ଳକର ୧୧ ଗୋଟି ପଞ୍ଚାୟତର,ବାଲିଗୁଡା ଓ ଟିକାବାଲି ବ୍ଳକରୁ ଅଭିଯୋଗ କାରୀମାନେ ଆସି ନିଜର ଅଭାବ ଅସୁବିଧା ଜିଲ୍ଲାପାଳଙ୍କୁ ଜାଣଇଛନ୍ତି। ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦୁଇଟି ଅଭିଯୋଗ ସମ୍ବେଦନଶୀଳ ଥିଲା।ସେଗୁଡ଼ିକ ହେଲା ଭିନ୍ନକ୍ଷମ ଡାନିଏଲ ମଣ୍ଡଳଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ରେଡକ୍ରସ ତରଫରୁ ୧୫୦୦୦/-ଟଙ୍କା ସହାୟତା ପ୍ରଦାନ କରାଯାଇଛି ଓ ମୁଣ୍ଡିଗଡ଼ ପଞ୍ଚାୟତ କୁର୍ତି ପଡ଼ା ଗ୍ରାମର ବୃଦ୍ଧ ଉଲା ନାୟକଙ୍କୁ ଅନ୍ତୋଦ୍ୱୟ କାର୍ଡ଼ ମଞ୍ଜୁର କରିବା ପାଇଁ କହିଥଲେ।

ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଆବାସ, ରାଶନ କାର୍ଡ଼ ଭଳି ୨୧ଟି ବ୍ୟକ୍ତିଗତ ଓ ରାସ୍ତଘାଟ, ପାନୀୟ ଜଳଯୋଗାଣ,ଜଳ ସେଚନ ପାଇଁ ଅଡ଼ି ବନ୍ଧ ,ସ୍କୁଲ ମରାମତି ପାଚେରୀ ନିର୍ମାଣ ଭଳି ୩୮ଟି ଗୋଷ୍ଠୀ ଗତ ଅଭିଯୋଗ ଶୁଣି ଥିଲେ।ତେବେ ଏହିଯୁଗ୍ମ ଅଭିଯୋଗ ଶୁଣାଣି ନୂଆ ଜିଲ୍ଲା ପାଳଙ୍କ ପ୍ରଥମ ହୋଇଥିବାରୁ ଅଭିଯୋଗ କାରୀମାନେ ବେଶ ଖୁସି ଥିବା ଓ ନିଜ ଅଭିଯୋଗ ପୂରଣ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ବାଲି ଗୁଡ଼ା ଏସ. ଡି. ପି.ଓ କମଳ କୁମାର ପଣ୍ଡା, ତୁମୁଡିବନ୍ଧ ବି. ଡି. ଓ ବନ ବିହାରୀ ହରପାଲ, ତହସିଲଦାର ଶୁଭାଶିଷ ପାଲଟା, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଉପସ୍ଥିତ ଥିଲେ।ସେହିପରି ସମସ୍ତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ

ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର...

ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri