ଜଲିଉଡ୍‌ର ସିଙ୍ଗର ଏବେ ଟ୍ୟାକ୍ସି ଚାଳକ

ଛତ୍ରପୁର,୨୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଆଉ କେତେକଙ୍କ ବୃତ୍ତି ମଧ୍ୟ ବଦଳିଯାଇଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ। ଦିନେ ସଙ୍ଗୀତ ନିଶାକୁ ପେଶା ଭାବି ଆଦରି ନେଇଥିବା ଷ୍ଟାଇଲିଷ୍ଟ ସିଙ୍ଗର ରାଜ ଏବେ ପାଲଟି ଯାଇଛନ୍ତି ଟ୍ୟାକ୍ସି ଚାଳକ। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧିନସ୍ଥ ସାମନ୍ତରାପୁରରେ ଶ୍ୱେତ କୁମାର ରଥ ଓରଫ ରାଜ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ୨୦ବର୍ଷ ହେଲା ଜଲିଉଡ୍‌ ଯାତ୍ରା ଜଗତରେ ସେ କଣ୍ଠଦାନ କରି ସମସ୍ତଙ୍କ ମନରେ ରାଜ କରୁଛନ୍ତି। ହେଲେ ଦୀର୍ଘ ଦୁଇ ବର୍ଷ ହେଲା କରୋନା ସଙ୍କଟ ଯୋଗୁ ଗାୟକରୁ ଏବେ ଟ୍ୟାକ୍ସି ଚାଳକ ପାଲଟିଛନ୍ତି ରାଜ। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ବର୍ତ୍ତମାନ ଯାତ୍ରା ମଞ୍ଚ ବନ୍ଦ ରହିଛି। ଯେଉଁଥିପାଇଁ ତାଙ୍କ କାର୍ଯ୍ୟ ବନ୍ଦ ରହିଛି। ପ୍ରଥମେ ସେ ତ୍ରିନାଥ ଗଣନାଟ୍ୟ ପରେ ପାର୍ବତୀ ଗଣନାଟ୍ୟରେ ଯୋଗଦେଇଥିଲେ। କିନ୍ତୁ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ୱ ହେବ ରାଜ କୋଣାର୍କ ଗଣନାଟ୍ୟର ଅଗ୍ରଧାଡିର ଜଣେ ଷ୍ଟାଇଲିଷ୍ଟ ସିଙ୍ଗର ଭାବେ ବେଶ୍‌ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା,୨୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଶୁକ୍ରବାର ଅପରାହ୍ନରେ...

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ପ୍ରେମିକଙ୍କୁ ନେଇ ବାପାଙ୍କ ଫାର୍ମହାଉସ୍‌ ଗଲେ ସୁହାନା, ନୂଆ ବର୍ଷରେ… 

ମୁମ୍ବାଇ: ସତ କେବେ ଲୁଚି ରୁହେନା। ଯେତେ ନା ବୋଲି କହିଲେ ବି ଯାହା ସତ ତାହା ସାମ୍ନାକୁ ଆସିଯାଇଥାଏ। କିଛି ଏଭଳି ଘଟିଛି ବଲିଉଡ୍‌ର...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri