ଟ୍ରମ୍ପ୍‌ଙ୍କୁ ଝଟ୍‌କା: ବାଇଡ଼େନଙ୍କ ବିରୋଧରେ ଦାଖଲ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରି ଆସୁଛନ୍ତି। ଏହି ମର୍ମରେ ପେନସିଲଭାନିଆରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟରେ ଦୁର୍ନୀତି ହୋଇଥିବା ଦର୍ଶାଇ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଏକ ମାମଲା ଦାଖଲ କରାଯାଇଥିଲା। ତେବେ ଏହାକୁ ଆମେରିକା ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ପେନସିଲଭାନିଆରେ ବାଇଡ଼େନ୍‌ ୮୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ପ୍ରମାଣପତ୍ର ଗଭର୍ନର ଟମ୍‌ ଓ୍ବଲ୍ଫ୍‌ ପ୍ରଦାନ କରିଥିଲେ। ତେବେ ଏଥିରେ ଦୁର୍ନୀତି ହୋଇଥିବା ଦର୍ଶାଇ ରିପବ୍ଲିକାନ୍‌ ପାର୍ଟି ସଦସ୍ୟ ମାଇକ୍‌ କେଲେଙ୍କ ଦ୍ୱାରା ଏକ ମାମଲା ଦାଖଲ କରାଯାଇଥିଲା।

Share