ହରାରେ,୨୩।୪: ସିରିଜ୍ର ଦ୍ୱିତୀୟ ଟି୨୦ ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ ଦରକାର ଥିଲା ୧୧୯ ରନ୍। ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍ ଆଗରେ ଥିଲା ଦୃବଳ ଜିମ୍ବାଓ୍ବେ। ତଥାପି ପାରିଲା ନାହିଁ ପାକିସ୍ତାନ। ପୂରା ଦଳ ମାତ୍ର ୯୯ ରନ୍ରେ ଅଲଆଉଟ୍ ହୋଇଗଲା। ଅଧିନାୟକ ବାବର ଆଜାମ (୪୧) ଯେଉଁ ପର୍ଯ୍ୟନ୍ତ ଖେଳୁଥିଲେ, ପାକିସ୍ତାନ ସହଜ ମ୍ୟାଚ୍ ଜିତି ନେବା ଭଳି ଲାଗୁଥିଲା। କିନ୍ତୁ ସେ ଆଉଟ୍ ହେବା ପରେ କୌଣସି ବ୍ୟାଟ୍ସମ୍ୟାନ ଜିମ୍ବାଓ୍ବେ ବୋଲରଙ୍କୁ ଖେଳି ପାରି ନ ଥିଲେ। ବିଜୟୀ ଦଳ ପାଇଁ ଲୁକ ଜୋଙ୍ଗଓ୍ବେ ହାତେଇଥିଲେ ସର୍ବାଧିକ ୪ ଉଇକେଟ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ୨୦ ଓଭରରେ ୯ ଉଇକେଟରେ ୧୧୮ ରନ୍ କରିଥିଲା। ଦଳ ପାଇଁ କାମୁନୁକାମ୍ବେ ୩୪ ଓ ଚକଭା ୧୮ ରନ୍ କରିଥିଲେ। ଏହା ଥିଲା ଅନ୍ତର୍ଜାତୀୟ ଟି୨୦ ପାକିସ୍ତାନ ବିପକ୍ଷରେ ଏହା ଜିମ୍ବାଓ୍ବେର ପ୍ରଥମ ବିଜୟ।