ଢେଙ୍କାନାଳ ଅଫିସ, ୩୦।୧: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଶ୍ରଦ୍ଧାଳଙ୍କୁ ମନା। ଏ ନେଇ ଜିଲା ପ୍ରଶାସନ କଟକଣା ଜାରି କରିିଛନ୍ତି। ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ ରୂପେ ମେଳାକୁ ଯିବାକୁ ବାରଣ କରାଯାଇଛି । ଏଥର ରାଜ୍ୟ ବାହାରୁ ଓ ଜିଲା ବାହାରୁ ଆସୁଥିବା ବାବା ମହିମା ଧର୍ମୀମାନଙ୍କୁ ଜୋରନ୍ଦା ମେଳା ଆସିବାକୁ ଜିଲା ପ୍ରଶାସନ ଅନୁମତି ଦେଇଛି । କେବଳ ବାବାମାନଙ୍କୁ ନେଇ ଚଳିତ ବର୍ଷ ମାଘମେଳା କରାଯିବ।
କୋଭିଡ୍ କଟକଣା ଭିତିରେ ଏହି ଉତ୍ସବ ପାଳନ କରାଯିବ। ସମ୍ପୂର୍ଣ୍ଣ ରୀତିନୀତିରେ ମାଘମେଳା ହେବ। ଫେବୃୟାରୀ ୧୫,୧୬ ଓ ୧୭ ତାରିଖ ୩ ଦିନ ଧରି ମାଘମେଳା ହେବ । ଜିଲା ପ୍ରଶାସନ ମାଘମେଳା ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟି ଯୋରନ୍ଦା ମାଘମେଳା ପରିଚାଳନା ଦାୟିତ୍ୱ ନେବ ।