ପୁରୁଣା ସହଯୋଗୀ ଇସ୍ରାଏଲର ହାତ ଛାଡିଲେ

ଜେରୁଜେଲମ,୨।୧୧: ଆଜିକୁ ୨୭ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ ସେନା ଲଗାତାର ଗାଜା ସୀମାରେ ଟ୍ୟାଙ୍କର ଦ୍ୱାରା ଆକ୍ରମଣ କରୁଛନ୍ତି। ସେନା ଜବାଲିଆ ଶରଣାର୍ଥୀ ଶିବିରିରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ୧୯୫ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ତେବେ ଏହାରି ଭିତରେ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରି ଅନେକ ଦେଶ ଇସ୍ରାଏଲର ହାତ ଛାଡିବାକୁ ବସିଛନ୍ତି। ପୂର୍ବରୁ ହମାସର ଆକ୍ରମଣରେ ଇସ୍ରାଏଲକୁ ସାଥ୍‌ ଦେଇଥିବା ଦେଶ ଏବେ ଇସ୍ରାଏଲକୁ ମୁହଁ ମୋଡିଲେଣି।
ଇସ୍ରାଏଲର ଏପରି ନର ସଂହାରକୁ ନିନ୍ଦା କରି ଇସ୍ରାଏଲର ପ୍ରମୁଖ ସହଯୋଗୀ କୁହାଯାଉଥିବା ଦେଶ ଜୋର୍ଡାନ ତେଲ ଅଭିଭରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସବୁଠାରୁ ବଡ କଥା ହେଲା, ଜୋର୍ଡାନ ଆମେରିକାର ପ୍ରମୁଖ ସହଯୋଗୀ ରାଷ୍ଟ୍ର। ଯେତେବେଳେ କି ଆମେରିକା ଏହି ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରିଛି।

ଜୋର୍ଡାନ ବୁଧବାର ଇସ୍ରାଏଲରୁ ନିଜର ରାଷ୍ଟ୍ରଦୂତକୁ ଫେରାଇ ଆଣିବା ସହ ଗାଜାରେ ହେଉଥିବା ମାନବୀୟ ବିପଦକୁ ବିରୋଧ କରିଛି। ସେହିପରି ଲାଟିନ ଆମେରିକା ଦେଶ ବୋଲିଭିଆ, କଲୋମ୍ବିଆ, ଚିଲେ ଓ ତୁର୍କୀ ଆକ୍ରମଣକୁ ନିନ୍ଦା କରି ରାଷ୍ଟ୍ରଦୂତକୁ ଫେରାଇ ନେଇଛି।

Share